ସଂଚାର ବ୍ୟୁରୋ: ପୁଣି ଭସାଣ ବେଳେ ବଡ଼ ଅଘଟଣ । ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡିଗଲେ ଦୁଇ ଆଇଟିଆଇ ଛାତ୍ର । ବାରିପଦା ଉପକଣ୍ଠ କାଠପାଳ ବନ୍ଧରେ ଅଘଟଣ ଘଟିଛି । ଗତକାଲି ଗୋପୀନାଥ ଶିଳ୍ପତାଲିମ କେନ୍ଦ୍ରରେ ବିଶ୍ବକର୍ମା ପୂଜା ବହୁ ଧୁମଧାମରେ ପାଳନ କରାଯାଇଥିଲା । ଆଜି ମୂର୍ତ୍ତି ବିସର୍ଜନ ପାଇଁ କାଠପାଳ ବନ୍ଧକୁ ଛାତ୍ରମାନେ ଆସିଥିଲେ । ବିସର୍ଜନ କରିବା ବେଳେ ଦୁଇ ଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି ।