ସଂଚାର ବ୍ୟୁରୋ: ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରିକେଟ୍ ଫିଭର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଣିଛନ୍ତି ବାରବାଟୀ ଟିକେଟ୍। ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ଅବସରରେ ଆଜି ସମ୍ବଲପୁରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଦସ୍ୟମାନେ ଭେଟିଛନ୍ତି । କ୍ରିକେଟ୍ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହ ମ୍ୟାଚର ଟିକେଟ୍ କିଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।