ସଂଚାର ବ୍ୟୁରୋ: ବରଗଡ଼ ଧନୁଯାତ୍ରା ପାଇଁ ସରିଲା ରାଧା କୃଷ୍ଣ ଓ ବଳରାମ ଚୟନ ପ୍ରକ୍ରିୟା l ଗୋପପୁର କମିଟି ଦ୍ବାରା ଅନୁଷ୍ଠିତ ହୋଇଥିଲା ଏହି ଚୟନ ପ୍ରକ୍ରିୟା l ଏଥର ଧନୁଯାତ୍ରାରେ ରାଧା କୃଷ୍ଣ , ବଳରାମ ଚୟନ ପାଇଁ ଛୋଟ ଛୋଟ ଶିଶୁ କଳାକାରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇଥିଲା l ଆଉ ଶେଷରେ ଉତ୍ତମ ଅଭିନୟ ପ୍ରଦର୍ଶନ ପାଇଁ ଦିବ୍ୟାଂଶୁ ବିର୍ତ୍ତିଆଙ୍କୁ ବଳରାମ, ସପନିଲ ମହାପାତ୍ରଙ୍କୁ କୃଷ୍ଣ ଓ ସାଇନା ପ୍ରଧାନଙ୍କୁ ରାଧା ଭାବେ ଚୟନ କରାଯାଇଛି l ଆସନ୍ତା ୧୧ ତାରିଖ ଦିନ ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ l ଏହାପରେ ରିହରର୍ଶଲ୍ ଆରମ୍ଭ ହେବ l ଶିଶୁ କଳାକାରମାନେ ମଧ୍ୟ ଏଥର ଅଭିନୟ ପାଇଁ ମନୋନୀତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି l