ବିରାଟଙ୍କ ଝଲକ ପାଇଁ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି । ଏଥିରେ ଏକାଧିକ ଫ୍ୟାନ୍ସ ଆହତ ହୋଇଥିବା ବେଳେ ଷ୍ଟାଡିୟମ ଭଙ୍ଗାରୁଜା କରିଛନ୍ତି ଲୋକେ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦିଲ୍ଲୀ ଏବଂ ରେଲଓ୍ବେ ମଧ୍ୟରେ ରଣଜି ମ୍ୟାଚ ଆରମ୍ଭ ହୋଇଯାଇଛି । ଦୀର୍ଘ ୧୩ ବର୍ଷ ପରେ ରଞ୍ଜି ଟ୍ରଫିକୁ ଫେରିଛନ୍ତି ବିରାଟ କୋହଲି । ଆଜି ଠାରୁ ରେଲଓ୍ବେ ବିରୋଧରେ ଖେଳିବେ ବିରାଟ କୋହଲି । ବିରାଟଙ୍କ ଖେଳ ଦେଖିବାକୁ ଆଜି ସକାଳୁ ସକାଳୁ ଷ୍ଟାଡିୟମ ବାହାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଷ୍ଟାଡିୟମରେ ପ୍ରବେଶ ବେଳେ ଲୋକଙ୍କ ମଧ୍ୟରେ ଦଳାଚକାଟା ପରିସ୍ଥିତି ଉପୁଜିଥିଲା । ଦଳଚକଟା ଯୋଗୁଁ ଏକାଧିକ ଲୋକ ଆହତ ହୋଇ ମୋଡିକାଲରେ ଭର୍ତ୍ତି ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଫଳରେ ମ୍ୟାଚ ଦେଖିବାକୁ ବଞ୍ଚିତ ହୋଇଥିଲେ କେତେକ ଲୋକ । ଏନେଇ ଲୋକମାନେ ଷ୍ଟାଡିୟମ ପରିସରରେ ଭଙ୍ଗା ରୁଜା କରିଥିବା ଦେଖିବାକୁ ମିଳିଛି । ଏବେ ବି ଷ୍ଟାଡିୟମ ପରିସରରେ ସୁରକ୍ଷାକର୍ମୀ ନୟୋଜିତ ଅଛନ୍ତି । ଭବିଷ୍ୟତରେ ଏଭଳି ପରିସ୍ଥିତି ନଉପୁଜେ ସେନେଇ ଉଭୟ ପ୍ରଶାସନ ଓ ଦିଲ୍ଲୀ କ୍ରିକେଟ ବୋର୍ଡ ଆଲୋଚନା କରିଛନ୍ତି ।

