ସଂଚାର ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଝଣ୍ଡେୱାଲନ୍ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଅନାରକଲୀ ବିଲ୍ଡିଂ ଏବଂ ଡିଡିଏ ସପିଂ କମ୍ପ୍ଲେକ୍ସରେ ପ୍ରଥମେ ନିଆଁ ଆରମ୍ଭ ହୋଇଥିଲା। ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ କରୁଛନ୍ତି। ନିଆଁ ଲିଭାରେ ଲାଗିଛନ୍ତି ଅଗ୍ନିଶମବାହନୀର ପାଖାପାଖି ୧୫ଟି ଦମକଳ ଗାଡି। କୋଠାରେ ଲାଗିଥିବା ଏହି ନିଆଁ ନିକଟ ପାର୍କିଂକୁ ବ୍ଯାପିଯାଇ ବହୁ ଗାଡ଼ି ମଧ୍ୟ ଜଳିଯାଇଛି। ଏପର୍ଯ୍ୟନ୍ତ କୌଣସି ଲୋକଙ୍କ ଫସି ରହିଥିବା ସୂଚନା ମିଳିନାହିଁ। ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଫାୟାର ଟିମ।