ସଂଚାର ବ୍ୟୁରୋ: ଦେବଗଡ଼ ସହରରେ କାଳବୈଶାଖୀ ତାଣ୍ଡବ । ପୁରୁଣାଗଡ ପେଟ୍ରୋଲ ପମ୍ଫ ସାହିରେ ଗଛ ପଡି ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଯାଇଛି । ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥ ଉପରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ଉପୁଡି ଯାଇ ରାସ୍ତା ଉପରେ ପଡିଛି । ଖବରପାଇ ଟିପିଡବ୍ଲୁଓଡିଏଲର କର୍ମଚାରୀମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି l ସହରରେ ବିଦ୍ୟୁତ ସରାବରାହ ଠପ ହୋଇଯାଇଛି । ସେହିପରି ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିରେ ଗଛ ପଡି ସୁମନ୍ତ ଲୁହା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ବଜ୍ରାଘାତରେ ରିଆମାଳ ବ୍ଳକ ଖିଲେଇ ପଞ୍ଚାୟତ ଚୁଆଖୋଳ ଗ୍ରାମର ରାଜୀବ ବେହେରାଙ୍କ ଝିଅ ସ୍ମୃତି ବେହେରାଙ୍କ ମୃତ୍ୟୁ ହୋଇଛି । ଗୁଣ୍ଡୁରୀପୋଷି ଗ୍ରାମର ଶିବ ବେହେରାଗୁରତର ହୋଇଥିବା ବେଳେ ନୀଳବେର୍ଣ୍ଣି ସାହିର ପ୍ରକାଶ ଭୋଜଙ୍କ ପୁଅ ଜିତ ଭୋଜ ଦୃଷ୍ଟିଶକ୍ତି ହରାଇ ଥିବା ଅଭିଯୋଗ ହୋଇଛି l ଅନ୍ୟ ପକ୍ଷରେ ପୌରାଞ୍ଚଳର ହାତୀଶାଲ ସାହି, କଲେଜ ରୋଡ଼, ରଙ୍ଗିଆଗୁଡା, ପେଟ୍ରୋଲ ପମ୍ପ ସାହି, ନୀଳାବେର୍ଣ୍ଣି ସାହି, ବରପାଲି ସାହି ସମେତ ଅନେକ ସ୍ଥା