କଟକ: ପୁଣି ଧକ୍କା ଦେଲା ମୋ ବସ୍ । କଟକରେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ । କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୋଲିସ ମୋ ବସ୍ ଚାଳକଙ୍କୁ ଥାନାକୁ ଉଠାଇ ନେଇ ତଦନ୍ତ କରୁଛି । ବେପାରୁଆ ଗାଡ଼ି ଚାଳନାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତ୍ରୀବ ଅସନ୍ତୋଷ ଦେଖିବାକୁ ମିଳିଛି ।
ବାରମ୍ବାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ନେଇ ଅଭିଯୋଗ ଆସିଛି । ଲଗାତାର ୩ ଦିନ ଭିତରେ ମୋ ବସ୍ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇଛି । ଗତକାଲି ମୋ ବସ୍ ଧକ୍କାରେ ୨ ଜଣ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ବିଡିଏ ଛକରେ ଦୁର୍ଘଟଣା ଘଟିଥିଲା । ସେହିପରି ଫେବୃୟାରୀ ୪ରେ ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ମୋ ବସ୍ ଧକ୍କାରେ ୧୩ ବର୍ଷ ନାବାଳିକାର ମୃତ୍ୟୁ ହୋଇଥିଲା । ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ଧକ୍କା ଦେଲା ମୋ ବସ୍ ।