ସଂଚାର ବ୍ୟୁରୋ: ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ମୂଷଳ ଧାରେ ବର୍ଷା ଲାଗି ରହିଛି। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ମେଘୁଆ ପାଗ ଲାଗିରହି ଥିଲା। ପରେ ପରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।