ସଂଚାର ବ୍ୟୁରୋ: ଯାତ୍ରା ପ୍ରଦର୍ଶନ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ। ବାଲେଶ୍ଵର ସୋର ଶଙ୍ଖପୋଲ ବାରୁଣୀରେ ଯାତ୍ରା ପ୍ରଦର୍ଶନ ପାଇଁ ଯାତ୍ରା ପଡିଆରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଥିବା ବେଳେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଚାଲିଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଶଙ୍ଖପୋଲ ବାରୁଣୀ ପଡିଆରେ କମିଟି ପକ୍ଷରୁ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ନିଆଯାଇଥିଲାl ଅନ୍ୟ ପକ୍ଷରେ ସାଜନପୁର ସମିତି ସଭ୍ୟ, କଷବା ଗାଁର ଅଶୋକ ନାୟକ ମଧ୍ୟ ସେହି ପଡିଆରେ ଏକ ଯାତ୍ରା ପାର୍ଟି ପକାଇବା ପାଇଁ ଅନୁମତି ଅଣିଛନ୍ତି l ଅଶୋକ ସେହି ପଡିଆରେ ମାର୍ଚ୍ଚ ୩୧, ଏପ୍ରିଲ ୧ ଓ ୨ ତାରିଖ ଅନୁମତି ନେଇଛନ୍ତି l ଅନ୍ୟପଟେ ବାରୁଣୀ କମିଟିକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଥିବା ପ୍ରକାଶ କରି ଯାତ୍ରା ପାଇଁ ଦାବି କରି ଶତାଧିକ ସ୍ଥାନୀୟ ମହିଳା ଯାତ୍ରା ପଡିଆରେ ଧାରଣା ଦେଇଛନ୍ତି l ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ଦୈତାରୀ ମଲ୍ଲିକ ଯାତ୍ରା ପଡିଆରେ ପହଞ୍ଚିଥିଲେl ସୋର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି l କୋର୍ଟଙ୍କ ନିର୍ଦେଶରେ ପ୍ରଥମ ପକ୍ଷ ଆଗ ଯାତ୍ରା କରିବେ ହେଲେ ପ୍ରଥମ ପକ୍ଷର ଯାତ୍ରା ପାର୍ଟି ଆସିନଥିବା ବେଳେ ଦ୍ୱିତୀୟ ପକ୍ଷର ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଟେଣ୍ଟ ପଡିଆରେ ଆରମ୍ଭ କରିଛିl ଘଟଣାକୁ ନେଇ ସମାଧାନ କରାଯିବ କହିଥିଲେ ଅତିରିକ୍ତ ତହସିଲଦାର ଓ ସରପଞ୍ଚl…