ସଂଚାର ବ୍ୟୁରୋ: ଭୁବନେଶ୍ୱର ଇଡି ଅଫିସ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଜୋରଦାର୍ ବିକ୍ଷୋଭ । ନେସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଫାଇଲ ପରେ ଇଡି ଅଫିସ ଘେରାଉ କରିଚି ରାଜ୍ୟ ଯୁବ କଂଗ୍ରେସ। ବିରାଟ ଶୋଭାଯାତ୍ରାରେ ଇଡି ଅଫିସରେ ପହଞ୍ଚି ଥିଲେ ଶତାଧିକ ଯୁବ କଂଗ୍ରେସ ନେତା ଓ କର୍ମୀ l ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଇଡିରେ ହୋଇଥିବା ମାମଲା ବିରୁଦ୍ଧରେ ରାଜ୍ଯ ଇଡି ଅଫିସ ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ପରିସ୍ଥିତି ବି କିଛି ସମୟ ପାଇଁ ଉପୁଜିଥିଲା l କେନ୍ଦ୍ର ସରକାରଙ୍କ ଏ ପ୍ରାୟୋଜିତ ସଡଜନ୍ତ୍ର କୁ ସହ୍ୟ କରାଯିବ ନାହିଁ। ଆନ୍ଦୋଳନ ଆଗକୁ ଆଉରି ଜୋର୍ ଦାର୍ କରାଯିବ ବୋଲି କହିଛନ୍ତି ଯୁବ କଂଗ୍ରେସ ନେତା l ସେପଟେ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀ ପତି ବି ପହଂଚି କଂଗ୍ରେସ ପ୍ରତି ଇଡି ର ପଦକ୍ଷେପ କୁ ଦୃଢ଼ କଣ୍ଠରେ ବିରୋଧ କରିଥିଲେ l ସେପଟେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟ୍ ହୋଇଥିବା ବେଳେ ଏହାକୁ ସାରା ଦେଶରେ କଂଗ୍ରେସ ବିରୋଧ କରୁଛି l