ସଂଚାର ବ୍ୟୁରୋ: ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପିଲା ଖାଦ୍ୟ ପାଇବେ l ଆଜିଠାରୁ ପ୍ରତି ସ୍କୁଲରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ଏହି କ୍ରମରେ ଆରମ୍ଭ ହେଲା ରାଜ୍ୟବ୍ୟାପୀ ଶିଶୁ ବାଟିକା । ପ୍ରତି ସ୍କୁଲରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ । ଭୁବନେଶ୍ଵର ବଡ଼ଗଡ଼ ସରକାରୀ ସ୍କୁଲରୁ ଆରମ୍ଭ ରାଜ୍ୟବ୍ୟାପି ଉତ୍ସବ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଆ ପକ୍ଷ ଅବସରରେ ଆଜି ୨ୟ ଦିନରେ ନୂଆ ପାଠ ପଢୁଥିବା ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହାଇସ୍କୁଲରେ କୁନି କୁନି ପିଲାଙ୍କ ସହିତ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ପିଲାଙ୍କୁ ଖଡ଼ି ଛୁଆଁଇଲେ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହେଲା ଜାତୀୟ ଶିକ୍ଷା ନୀତି ୨୦୨୦। ସିଲଟ, ଖଡ଼ି ଧରାଇ ଛୋଟ ଛୋଟ ଶିଶୁଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ । କିଟ ଉପହାର ଆକାରରେ ପିଲାଙ୍କୁ ବ୍ୟାଗ ପ୍ରଦାନ କରାଯାଇଛି । ବଡ଼ଗଡ଼ ସ୍କୁଲରୁ ୪ ଶିଶୁ ବାଟିକା କାର୍ଯ୍ୟକ୍ରମ ପାଇଁ ସଚେତନ ଗାଡ଼ି ଭୁବନେଶ୍ୱରରେ ଗଡ଼ିଛି । ଶିଶୁ ବଟିକାରୁ ନେଇ ଦଶମ ଶ୍ରେଣୀ ସମସ୍ତ ପିଲା ପୃଷ୍ଟିକର ଭୋଜନ କରିପାରିବେ ସ୍କୁଲରେ। ଏହି ପାଇଁ ୨୦୨୫- ୨୬ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ୫୭୦. ୭୧ କୋଟି ବ୍ୟୟରେ ପ୍ରାୟ ୧୦.୮୦ ଲକ୍ଷ ଅତିରିକ୍ତ ଛାତ୍ର ଛାତ୍ରୀ ଲାଭ ପାଇପାରିବେ । ଏହା ସହ ପ୍ରତି ପିଲାଙ୍କୁ ସପ୍ତାହରେ ୩ଟି ଅଣ୍ଡା ଓ ପୃଷ୍ଟିସାରଯୁକ୍ତ ୩ଟି ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟ ଉପଯୋଗୀ ଲଡୁ ମଧ୍ୟ ଦିଆଯିବ । ଯାହା ଫଳରେ ବାର୍ଷିକ ୩୭୨. ୮୦ କୋଟି ଟଙ୍କା ଖର୍ଚ୍ଚରେ ୫୩, ୨୫ ଲକ୍ଷ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।