ଭୁବନେଶ୍ୱର : ଶିଳ୍ପାୟନରେ ଆଉ ପାଦେ ଆଗେଇଲା ଓଡ଼ିଶା । ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପର ଉଦ୍ ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ । ଖୋର୍ଦ୍ଧା କାଳିବେତୀ ଠାରେ ଦୀନଦୟାଲ କର୍ମଚାରୀ ଯୋଜନାରେ ଶ୍ରମିକ ଆବାସ ଗୃହର ଉଦଘାଟନ କରିଛନ୍ତି । ଅରାଙ୍ଗ ଟେକ୍ସଟାଇଲ ପାର୍କ ଠାରେ ବିଭିନ୍ନ ଶିଳ୍ପ ସଂସ୍ଥାର ଉଦଘାଟନ କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଏମଓୟୁର କାର୍ଯ୍ୟକାରିତା ନେଇ ଗୁରୁତ୍ବାରୋପ କରିଛନ୍ତି । ସମସ୍ତ ପ୍ରକଳ୍ପର କ୍ରିୟାନ୍ବୟନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ କହିଛନ୍ତି ମୋହନ ମାଝୀ ।