ସଂଚାର ବ୍ୟୁରୋ: ଜଷ୍ଟିସ ବି.ଆର. ଗବାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ଆଜି ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗବାଇ। ତାଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାରାଷ୍ଟ୍ର ଅମରାବତୀର ଏକ ବସ୍ତିରେ ଜନ୍ମିତ ଗବାଇ ଦେଶର ପ୍ରଧାନ ବିଚାରପତି ହେବାର ସୌଭାଗ୍ୟ ମଣ୍ଡନ କରିବେ। ଜଷ୍ଟିସ ଗବାଇଙ୍କ ନାମକୁ ସୁପାରିସ କରିଥିଲେ ପୂର୍ବତନ ସିଜେଆଇ ସଞ୍ଜୀବ ଖାନ୍ନା। ଜଷ୍ଟିସ ଗବାଇ ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି। ଗତକାଲି ଅବସର ନେଇଥିଲେ ପୂର୍ବତନ ସିଜେଆଇ ସଞ୍ଜୀବ ଖାନ୍ନା। ତେବେ ଜଷ୍ଟିସ ଗବାଇ କେବଳ ୬ ମାସ ଲାଗି ସିଜେଆଇ ପଦ ସମ୍ଭାଳିବେ। ଆସନ୍ତା ନଭେମ୍ବର ୨୫ରେ ତାଙ୍କ କାର୍ଯ୍ଯକାଳ ଶେଷ ହେବ। ୫୧ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଖାନ୍ନା ୨୦୨୪ ନଭେମ୍ବର ୧୧ରେ ଯୋଗଦେଇଥିଲେ। ଜଷ୍ଟିସ ଗବାଇ ହେଉଛନ୍ତି ସିଜେଆଇ ହେବାରେ ଦ୍ବିତୀୟ ଦଳିତ।