ସଂଚାର ବ୍ୟୁରୋ: କଫ୍ ସିରପ୍ କୋଲଡରିଫ୍ ଲିଙ୍କରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ଇଡି ରେଡ୍ । ପ୍ରସ୍ତୁତକର୍ତ୍ତା ସ୍ରେସାନ ଫାର୍ମା ଓ ତାମିଲନାଡୁ ଡ୍ରଗ୍ କଣ୍ଟ୍ରୋଲ ଅଧିକାରୀଙ୍କ ଘରେ ଏହି ରେଡ୍ କରାଯାଇଛି। ମନି ଲଣ୍ଡରିଂ ସନ୍ଦେହରେ ଏହି ରେଡ୍ କରାଯାଇଛି। ଏହି କଫ୍ ସିରପ୍ ପିଇ ମଧ୍ୟପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ସ୍ଥାନରେ ୨୨ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଥିଲା। ତାମିଲନାଡୁର କାଞ୍ଚିପୁରମ୍ ରେ ଥିବା ସ୍ରେସାନ ଫାର୍ମାସିଟ୍ୟୁକାଲ୍ସ ଉପରେ ଆଗରୁ ରେଡ୍ କରି ମାଲିକଙ୍କୁ ଗିରଫ କରାଯାଇଛି। ତାମିଲନାଡୁ ଡ୍ରଗ୍ କଣ୍ଟ୍ରୋଲ୍ ର ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ଖାନତଲାସି କରାଯାଇଛି। ଉଭୟ ଅଧିକାରୀଙ୍କୁ ଆଗରୁ ତାମିଲନାଡୁ ସରକାର ସସପେଣ୍ଡ କରିଛନ୍ତି। ସ୍ରେସାନ ଫାର୍ମାକୁ ଲାଇସେନ୍ସ ଦେବାରେ ଦୁର୍ନୀତି ହୋଇଥିବାର ସନ୍ଦେହ କରାଯାଉଛି। କୋଲଡରିଫ୍ ରେ ବିଷାକ୍ତ ଡାଇଇଥିଲିନ୍ ଗ୍ଲାଏକଲ୍ ଥାଏ। ଯାହାକୁ ସିରଫ୍ ରେ ଦ୍ରାବକ ଭାବେ ବ୍ୟବହାର କରାଯାଇଥିଲା। ତା ସହିତ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ମଧ୍ୟ ଏହି ଔଷଧ ପ୍ରସ୍ତୁତ କରାଯାଇଥିଲା। ଏହି ସବୁ କାରଣରୁ ସ୍ରେସାନ ପ୍ଲାଣ୍ଟକୁ ବନ୍ଦ କରାଯାଇଥିଲା। …
