ସଂଚାର ବ୍ୟୁରୋ: ଭାରତ ପ୍ରତିରକ୍ଷା ମନ୍ତ୍ରାକୁ ଆଉ ଏକ ସଫଳତା । ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ୩ ନମ୍ବର ଲଞ୍ଚ ପ୍ୟାଡରେ ସ୍ବଳ୍ପ ଦୂରଗାମୀ ଭୁପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା VL-SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ମଧ୍ୟାହ୍ନ 12ଟାରେ ପରୀକ୍ଷଣ କରାଯାଇଛଇ । ପୂର୍ବରୁ ଏହି ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ଭୁପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା VL-SRSAMର ଲକ୍ଷ୍ୟଭେଦ କ୍ଷମତା 80 କିଲୋମିଟର ରହିଛି । ଡିଆରଡିଓ ଓ ନୌସେନା ତରଫରୁ କରାଯାଇଥିବା ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗର ସୂଚନା ଦେଇଛି । ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର 3200 ଲୋକଙ୍କୁ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା I ଜୟଦେବକସବା ପାହି ଓ ସାହାଜାନଗର ପାହି , ଭୀମପୁର ପାହି ଓ ତୁଣ୍ଡରା ପାହି ଓ ଖଡୁପାହି ଓ କୁସୁମୁଳୀ ଅଞ୍ଚଳର ମୋଟ ୩୨୦୦ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବନ୍ଦୋବସ୍ତ କରାଯାଇଥିଲା। ଆଜି ସକାଳ 6 ଟା ଠାରୁ ସ୍ଥାନାନ୍ତର ପ୍ରତକ୍ରୀୟ ଆରମ୍ଭ ସହ କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ଯାଏଁ ଲୋକେ ଅସ୍ଥାୟୀ ଶିବିର ରେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା ।ତେବେ ସ୍ଥାନାନ୍ତରିତ ଲୋକଙ୍କୁ ଯଥାକ୍ରମେ ଛୋଟ ପିଲାଙ୍କୁ 285 ଟଙ୍କା , 12 ବର୍ଷରୁ ଉର୍ଦ୍ଧ୍ବ 465 ଟଙ୍କା ଏହା ସହିତ ପ୍ରତି ଘରର ମୁଖ୍ୟଙ୍କୁ ଅଧିକ 140 ଟଙ୍କା DRDO ପକ୍ଷରୁ ପ୍ରଦାନ କରାଯାଇଥିଲା।