ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ପରେ ବି ହେବ ବସ ଧର୍ମଘଟ । ୬ଟି ଜିଲ୍ଲାରେ ଆଲୋଚନା ସଫଳ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାକୁ ନେଇ ବର୍ଷିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଜଗତସିଂହପୁର ଜିଲ୍ଲାପାଳଙ୍କ ପାଇଁ ଧର୍ମଘଟକୁ ସଂଘ ଓହ୍ଲାଇଥିବା କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସଂପାଦକ । ୬ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସଫଳ ଆଲୋଚନା ହୋଇଛି ।
ଆଜି ସନ୍ଧ୍ୟାରେ ପୁଣି ଥରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । କାଲିଠୁ ଧର୍ମଘଟକୁ ଓହ୍ଲାଇବ କି ନାହିଁ ସଂଘ, ଆଜି ହେବ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ସରକାରୀ ବସ ଚଳାଇବା ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ଡାକରା ଦେଇଛି ସଂଘ। ଆସନ୍ତାକାଲି ସକାଳୁ ଘରୋଇ ବସର ଧର୍ମଘଟ ଡାକରା ଦେଇଛି ସଂଘ ।

