ସଂଚାର ବ୍ୟୁରୋ: ମହାନଦୀର ବନ୍ୟାପାଣିରେ ବୁଲୁଛି କୁମ୍ଭୀର । ବୌଦ୍ଧ ବନଖଣ୍ଡ ଅଧିନସ୍ଥ କରଡ଼ି ମହାନଦୀ ଘାଟରେ ଏକ ଘଡିଆଳ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ବୌଦ୍ଧ ରେଞ୍ଜ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛନ୍ତି। ଏହା ସହ ମତ୍ସ୍ୟଜୀବୀଙ୍କୁ ମଧ୍ୟ ନଦୀରେ ମାଛ ମାରିବାକୁ ବାରଣ କରାଯାଇଛି । ଏହା ଏକ ଘଡିଆଳ ପ୍ରଜାତିର କୁମ୍ଭୀର ହୋଇଥିବାରୁ ବିଶେଷ କ୍ଷତି ଘଟାଇନଥାଏ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।