ସଂଚାର ବ୍ୟୁରୋ: ଓଡ଼ିଆ ସିନେମା ନିର୍ମାଣ କରିବେ ବଲିଉଡ ନିର୍ଦ୍ଦେଶକ ବୋନି କପୁର । ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନିଜେ ବୋନି କପୁର । ପୂର୍ବରୁ ବିଭିନ୍ନ ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଏବେ ଓଡ଼ିଆରେ ମଧ୍ୟ ସିନେମା ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଏହି ବଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ରକୁ ଆଗକୁ ନେବାକୁ ସେ ମଧ୍ୟ ହାତ ବଢାଇବେ ବୋଲି କହିଛନ୍ତି । ଓଡ଼ିଶାରେ ସୁଟିଂ ପାଇଁ ଭଲ ସ୍ପଟ ରହିଛି । ତେଣୁ ସିନେମା ନିର୍ମାଣ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବୋନି କପୁର ।