ସଂଚାର ବ୍ୟୁରୋ: ବଲାଙ୍ଗୀର ଲୋଇସିଂହା ଥାନା ଯୋଗୀସୁର୍ଡା ଗାଁରେ ଉତେଜନା I ମନ୍ଦିର ଜାଗା ଜବରଦଖଲ କରିଥିବା ଦୋକାନୀକୁ ଉଚ୍ଛେଦ ଦାବିରେ ଉତେଜନା ଲାଗି ରହିଛି I ଯୋଗୀସୁର୍ଡା ମନ୍ଦିରର ଉନ୍ନତିକରଣ ଓ ସୌଦର୍ଯ୍ୟକରଣ ପାଇଁ 5ଟି ଯୋଜନା ମାଧ୍ୟମରେ 3 କୋଟି ଟଙ୍କା ଅନୁଦାନ ଆସିଥିଲା I ମନ୍ଦିର ପରିସର ଭିତର କାମ ପାୟ ଶେଷ ହୋଇଥିବା ବେଳେ ବର୍ତ୍ତମାନ ବାହାର କାମ ଆରମ୍ଭ ହେବାକୁ ଯାଉଛି I ଏନେଇ ମନ୍ଦିର କମିଟି ଓ ଗ୍ରାମବାସୀ ମନ୍ଦିର ବାହାରେ ସରକାରୀ ଜାଗା ଜବରଦଖଲ କରି ଦୋକାନ କରିଥିବା ଦୋକାନୀକୁ ଉଚ୍ଛେଦ କରିବା ପାଇଁ ଦାବି କରିଥିଲେ I ଜିଲ୍ଲା ପ୍ରଶାସନ ଏନେଇ ଦୋକାନୀ ମାନଙ୍କୁ ଉଛେଦ ପାଇଁ ନୋଟିସ କରିଥିଲା I ଅନ୍ୟ ଦୋକାନୀ ମାନେ ଦୋକାନ ହଟାଇ ଦେଇଥିବା ବେଳେ ତ୍ରିନାଥ ସାହୁ ଓ ଧର୍ମେନ୍ଦ୍ର ତ୍ରିପାଠୀ ତାଙ୍କ ଦୋକାନ ହଟାଇ ନଥିଲେ I ଯାହାକୁ ନେଇ ବିକାଶମୂଳକ କାର୍ଯ୍ୟ ଅଟକି ରହିଥିଲା I ଗତକାଲି ରାତିରେ ଦୋକାନ ହଟାଇବା ପାଇଁ ମନ୍ଦିର କମିଟି ଓ ଗ୍ରାମବାସୀ ଘେରି ଯାଇ ଜିଦ୍ କରିଥିଲେ I ଯାହାକୁ ଉଭୟ ଦୋକାନୀ ଲୋଇସିଂହା ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ । ଏଥିରେ ଉତ୍ଯକ୍ତ ହୋଇ କିଛି ଗ୍ରାମବାସୀ ଦୋକାନ ଗୁଡିକୁ ଜାଳି ଦେଇଥିଲେ I ଦୋକାନ ଜାଳିଦେବା ଘଟଣାରେ ପୋଲିସ 6 ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇ ଆଜି କୋର୍ଟଚାଲାଣ କରିଥିଲା I ତେବେ ଆଜି ଘଟଣାର ତଦନ୍ତ ପାଇଁ ଲୋଇସିଂହା ପୋଲିସ ଗାଁକୁ ଯାଇଥିବା ବେଳେ ଗିରଫ 6 ଜଣଙ୍କୁ ଛାଡିବାକୁ ଦାବି କରି ପୋଲିସକୁ ଅଟକ ରଖିଛନ୍ତି I ପୋଲିସ ଅଟକ ଥିବା ଖବର ପାଇ ବଲାଙ୍ଗୀର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ I ଉତ୍ୟକ୍ତ ଲୋକେ ଏସଡିପିଓ ପ୍ରଦୀପ ସାହୁ ଓ ଲୋଇସିଂହା ଥାନା ଅଧିକାରୀ ଯାଜ୍ଞସେନୀ ନାୟକଙ୍କୁ ମଧ୍ଯ ଘେରି ଯାଇ ଅଟକ ରଖିଛନ୍ତି I ଘଟଣା ସ୍ଥଳରେ ଉତେଜନା ଜାରି ରହିଛି I ଘଟଣା ସ୍ଥଳରେ 2 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି I