ସଂଚାର ବ୍ୟୁରୋ: ରାସ୍ତାରେ ବୃଦ୍ଧକୁ ଅଟକାଇ ଆଖି ତାଡିବାକୁ ଦୃବର୍ତ୍ତଙ୍କ ଉଦ୍ୟମ। ବଲାଙ୍ଗୀର ଲୋଇସିଂହା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ପ୍ରଥମେ ଇନସନ ଝାଙ୍କରଙ୍କୁ ଲିଫ୍ଟ ଦେବାକୁ କହିଥିଲେ I ଇନସନ ଗାଡିରେ ବସିବାକୁ ମନାକରିବାରୁ ତାଙ୍କ ବେକକୁ ପଛପଟୁ ଜାବୁଡି ଧରି ପ୍ଲାଷ୍ଟିକ ବୋତଲରେ ଥିବା କିଛି ନିଶା ଦ୍ରବ୍ୟ ପିଆଇ ଦେଇଥିଲେI ଇନସନ ଅଚେତ୍ ହୋଇଯିବାରୁ ଧାରୁଆ ଅସ୍ତ୍ରରେ ଆଖି ତାଡିବାକୁ ଉଦ୍ୟମ କରିଥିଲେI କଷ୍ଟ ହେବାରୁ ଇନସନଙ୍କର ଚେତା ଫେରିଆସିଥିଲା। ଆଖି ଖୋଲି ଚିତ୍କାର କରିବାରୁ ଦୁର୍ବୁତ୍ତ ମାନେ ସେଠାରୁ ଫେରାର ମାରିଥିଲେI ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ I ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି I ପୋଲିସ ତଦନ୍ତ ଜାରି ରଖିଛି।