ସଂଚାର ବ୍ୟୁରୋ: ବିଜେପି ଜମ୍ମୁ-କାଶ୍ମୀର ପାଇଁ ପାର୍ଟିର ସଙ୍କଳ୍ପ ପତ୍ର ଜାରି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁରେ ପାର୍ଟିର ସଙ୍କଳ୍ପ ପତ୍ରକୁ ଜାରି କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି କି, ଏବେସୁଦ୍ଧା ଯେତେ ସବୁ ଦଳ ଏଠାରେ ଶାସନ କରିଛନ୍ତି, ସମସ୍ତେ ତୃଷ୍ଟୀକରଣର ରାଜନୀତି କରିଛନ୍ତି।
ଶାହ ଗତ ୧୦ ବର୍ଷର ବିଜେପିର ବିକାଶ ଓ ସୁଶାସନକୁ ସମର୍ପିତ ରହିଛନ୍ତି। ଶାହ କହିଛନ୍ତି ଯେ, ୧୦ ବର୍ଷରେ ଏଠାରେ ପର୍ଯ୍ୟଟନ ବଢିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀରେ ଆତଙ୍କବାଦ ପାଇଁ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସକୁ ଘେରିଛନ୍ତି। ଶାହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ନ୍ୟାସନାଲ କନଫରେନ୍ସର ଚିଫ୍ ଫାରୁକ୍ ଅବଦୁଲ୍ଲାଙ୍କୁ ଜୋରଦାର ଟାର୍ଗେଟ କରି କହିଛନ୍ତି। ଏହା ପରେ ସେ ସଙ୍କଳ୍ପ ପତ୍ରର ପ୍ରମୁଖ କଥାକୁ ଘୋଷଣା କରିଛନ୍ତି।
ସଙ୍କଳ୍ପ ପତ୍ରକୁ ଜାରି କରିବା ବେଳେ ଅମିତ ଶାହ କହିଛନ୍ତି, ମୁଁ ନ୍ୟାସନାଲ କନଫରେନ୍ସର ଏଜେଣ୍ଡା ପଢିଛି। ଏଥିରେ ଭ୍ରମିତ କରାଯାଇଛି। ଏହାକୁ କଂଗ୍ରେସର ମଧ୍ୟ ସମର୍ଥନ ରହିଛି। ଶାହ କହିଛନ୍ତି ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି କି, ଏବେ ଜମ୍ମୁ-କାଶ୍ମୀରରେ କେବେ ବି ଧାରା ୩୭୦ ଫେରିବ ନାହିଁ। ଏହି ଧାରା କାରଣରୁ ଆତଙ୍କବାଦ ଥିଲା। କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଜମ୍ମୁ-କାଶ୍ମୀରର ଗତ ୧୦ ବର୍ଷରେ ହୋଇଥିବା ବିକାଶ କାର୍ଯ୍ୟର ଉଲ୍ଲେଖ କରିଛନ୍ତି।
ଆସନ୍ତୁ ଜାଣିବା କଣ ରହିଛି ବିଜେପିର ସଂକଳ୍ପ ପତ୍ରରେ-
୧-ଜମ୍ମୁ -କାଶ୍ମୀରରେ ନୂଆ ସରକାର ଗଠନ ପରେ ଶ୍ୱେତ ପତ୍ର ଜାରି କରାଯିବ। ଏଥିରେ ଆତଙ୍କବାଦ ବଢାଇ ଥିବା ଲୋକଙ୍କୁ ଉତ୍ତରଦାୟୀ କରାଯିବ।
୨-ଘରର ସବୁଠୁ ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ୧୮୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି।
୩-ପ୍ରେମନାଥ ଡୋଗରା ରୋଜଗାର ଯୋଜନାରେ ପ୍ରତିବର୍ଷ ୫ ଲକ୍ଷ ନିଯୁକ୍ତି ସୁଯୋଗ।
୪-ଜମ୍ମୁ-କାଶ୍ମୀରରେ ଯୁବକ-ଯୁବତୀଙ୍କୁ ପ୍ରତି ମାସରେ ୧୦ ହଜାର ଟଙ୍କା ୟୁପିଏସସି ଏବଂ ଜେକେପିଏସସି ପରୀକ୍ଷା ପ୍ରସ୍ତୁତି ପାଇଁ ଦିଆଯିବ। ସେହିପରି ଯାତାୟାତ ପାଇଁ ମାସିକ ୩୦୦୦ ଟଙ୍କା ପ୍ରଦାନ।
୫-ଜମ୍ମୁରେ ଆଇଟି ହବ୍ ସ୍ଥାପନ କରାଯିବ।
୬-ରଞ୍ଜୀତ ସାଗର ବନ୍ଦ ପାଇଁ ଏକ ଅଲଗା ହ୍ରଦ ବିକାଶ ପ୍ରାଧିକରଣ ନିର୍ମାଣ କରାଯିବ।
୭-ସାବରମତୀ ରିଭରଫ୍ରଣ୍ଟ ପରି ରବି ରିଭରଫ୍ରଣ୍ଟ ତିଆରି କରାଯିବ ।
୮-ଡାଲ ହ୍ରଦକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରାଯିବ। ଏହା ବ୍ୟତୀତ ୱାଟର ସ୍ପୋର୍ଟ୍ସକୁ ପ୍ରୋତ୍ସାହିତ କରାଯିବ ।
୯-ଅଟଳ ଆବାସ ଯୋଜନାରେ ଭୂମିହୀନଙ୍କୁ ମାଗଣା ଭୂମି ପ୍ରଦାନ କରାଯିବ।
୧୦-କିସ୍ତୱାଡାରେ ଆୟୁଷ ହର୍ବାଲ ପାର୍କର ବିକାଶ କରାଯିବ।