ସଂଚାର ବ୍ୟୁରୋ: ବିଧାୟକଙ୍କ ପ୍ରିଶିକ୍ଷଣ ଶିବିରକୁ ବିଜେଡିର ବୟକଟ୍। ୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବୟକଟ କରିବ ବିଜୁ ଜନତା ଦଳ। ବିଜେପି ଦଳୀୟ ଭିତ୍ତିରେ ଏହି ଶିବିର ଆୟୋଜନ କରୁଛି ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଡାକୁଛି ତେଣୁ ବିଜେଡ଼ି ଏହି ପ୍ରଶିକ୍ଷଣ ଶିବିରକୁ ଯିବନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ ।