ସଂଚାର ବ୍ୟୁରୋ ଆର୍ମି ଅଫିସର କର୍ଣ୍ଣେଲ ସୋଫିଆ କ୍ଯୁରେସିଙ୍କ ସମ୍ପର୍କରେ ଅରୁଚିକର ଟିପ୍ପଣୀ ପ୍ରସଙ୍ଗ। ମାମଲାରେ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହାଙ୍କୁ ଭର୍ତ୍ସନା କରିୁଛନ୍ତି ସୁପ୍ରିମକୋର୍ଟ। ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାଙ୍କୁ ଗ୍ରହଣ କରାଯିବନାହିଁ ବୋଲି କହିଲେ ସୁପ୍ରିମକୋଟ୍ର। ମାମଲାର ତଦନ୍ତ ଲାଗି SIT ଗଠନ କଲେ ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ଟା ସୁଦ୍ଧା SIT ଗଠନ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସଆଇଟି ଗଠନ କରିବେ ମଧ୍ୟପ୍ରଦେଶ ଡିଜିପି। ଜଣେ ଆଇଜି ରାଂକର ଅଫିସର SITର ନେତୃତ୍ଵ କରିବେ। ୩ ଆଇପିଏସ ଅଧିକାରୀଙ୍କୁ ନେଇ SIT ହେବ। SITରେ ଜଣେ ମହିଳା ଅଫିସର ରହିବେ। ଆସନ୍ତା ୨୮ ତାରିଖ ସୁଦ୍ଧା ଏସଆଇଟି ପ୍ରଥମ ଷ୍ଟାଟସ ରିପୋର୍ଟ ଦାଖଲ କରିବ। ତଦନ୍ତରେ ସହାୟତା କରିବେ ଆବେଦନକାରୀ। ମନ୍ତ୍ରୀ ବିଜୟ ଶାହାଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।… ଆର୍ମି ଅଫିସର କର୍ଣ୍ଣେଲ ସୋଫିଆ କ୍ୟୁରେଶିଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ବିଜୟ ଶାହ।…