ସଂଚାର ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗତ ୬ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି। ମତଦାନ ପରେ ଅନେକ ସଂସ୍ଥା ଦ୍ବାରା ବୁଥ୍ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ବୁଥ୍ ବାହୁଡ଼ା ମତ ବିଜେପି ନେତୃତ୍ବ ଏନ୍ଡିଏ ସପକ୍ଷରେ ଆସୁଛି। ଯଦି ଏହା ସତ୍ୟ ପ୍ରମାଣିତ ହେବ, ତା’ହେଲେ ବିହାରରେ ପୁଣି ଥରେ ଏନ୍ଡିଏ ସରକାର ଗଢ଼ିବ।
ମର୍ଟିଜ୍ ଆଇଏଏନ୍ଏସ୍ ରିପୋର୍ଟ ଅନୁସାରେ ବିହାରରେ ଏନ୍ଡିଏକୁ ୧୪ରୁ ୧୬୭, ମହାମେଣ୍ଟକୁ ୭୦ରୁ ୯୦ ଏବଂ ଅନ୍ୟମାନଙ୍କୁ ୨ରୁ ୬ଟି ଆସନରେ ବିଜୟ ମିଳିପାରେ। ବିହାର ବିଧାନସଭାରେ ମୋଟ୍ ୨୪୩ ଆସନ ଥିବା ବେଳେ ଏଠାରେ ମ୍ୟାଜିକ୍ ସଂଖ୍ୟା ୧୨୨।
ହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗତ ୬ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି। ମତଦାନ ପରେ ଅନେକ ସଂସ୍ଥା ଦ୍ବାରା ବୁଥ୍ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ବୁଥ୍ ବାହୁଡ଼ା ମତ ବିଜେପି ନେତୃତ୍ବ ଏନ୍ଡିଏ ସପକ୍ଷରେ ଆସୁଛି। ଦୈନିକ ଭାସ୍କର ଦ୍ବାରା କରାଯାଇଥିବା ପୂର୍ବାନୁମାନ ଅନୁସାରେ ଏନ୍ଡିଏକୁ ୧୪୫ରୁ ୧୬୦ଟି ଆସନରେ ବିଜୟ ହାସଲ ହୋଇପାରେ। ଅନ୍ୟପଟରେ ପ୍ରଶାନ୍ତ କିଶୋରଙ୍କ ରଣନୀତି ଏହି ନିର୍ବାଚନରେ ଫେଲ୍ ମାରିଛି ବୋଲି କୁହାଯାଉଛି। ପ୍ରଶାନ୍ତଙ୍କ ଦଳ ଜନ ସୁରାଜ ପାର୍ଟି (ଜେଏସ୍ପି)କୁ ସର୍ବାଧିକ ୩ଟି ଆସନ ମିଳିପାରେ ବୋଲି ରିପୋର୍ଟ ହୋଇଛି।

