ସଂଚାର ବ୍ୟୁରୋ: ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ହୋଇଛି। ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମଳିଛି। ମୃତ ମହିଳାଙ୍କ ନାଁ ରଶ୍ମିତା ସ୍ୱାଇଁ । ଘର ଯାଜପୁରର ବିଂଝାରପୁର ଅଞ୍ଚଳରେ ହୋଇଥିବା ସୂଚନା। ବରିମୁଣ୍ଡ ଗାଁର ବିଶ୍ୱନାଥ ସ୍ୱାଇଁଙ୍କୁ ୯ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଗତକାଲି ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଥିଲା । ସ୍ବାମୀ ଡେଲିଭରି ବୟ ଭାବେ କାମ କରନ୍ତି । ଝିଅର ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେପଟେ ମଞ୍ଚେଶ୍ୱର ଥାନା ପୋଲିସ ଯୌତୁକ ଜନିତ ମୃତ୍ୟୁ ନେଇ ମାମଲା ରୁଜୁ କରିବା ସହ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।