ସଂଚାର ବ୍ୟୁରୋ: ପ୍ରେମରୁ ଜଘନ୍ଯକାଣ୍ଡ ! ରକ୍ତମୁଖା ପାଲଟିଗଲା ପ୍ରେମିକ । ପ୍ରେମବ୍ୟାପାରକୁ କେନ୍ଦ୍ରକରି ସୋର ଲିଙ୍ଗପଡ଼ା ଗାଁରେ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛି ପ୍ରେମିକ। ହତ୍ଯାକାଣ୍ଡର ଶିକାର ଯୁବତୀ ଜଣଙ୍କ ହେଲେ ୨୫ ବର୍ଷୀୟ ଜ୍ୟୋତିର୍ମୟୀ ରଣା । ସେ ଭୁବନେଶ୍ଵରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ୨ମାସ ତଳେ ଘରକୁ ଆସିଥିଲେ । ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀ ଏକାଥିଲେ । ଘର ଲୋକ ଫେରି ତାଙ୍କ ଗଳା କଟାଯାଇଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ତୁରନ୍ତ ସୋର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ସୋର ପୋଲିସର ତଦନ୍ତ ଜାରି । ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।