ସଂଚାର ବ୍ୟୁରୋ: ଆମ୍ବ କିଲୋ ଲକ୍ଷେରୁ ଅଢେଇ ଲକ୍ଷ ଟଙ୍କା । ଏଭଳି ଆମ୍ବ ଦେଖିବାକୁ ମିଳିଛି ଭୁବନେଶ୍ୱରରେ ଆୟୋଜିତ ଆମ୍ବ ପ୍ରଦର୍ଶନୀରେ । ଆଇଟି ଇନଷ୍ଟିଚ୍ୟୁଟ୍ ରିସର୍ଚ୍ଚ ସେଣ୍ଟର ଓ ଚାଷୀଙ୍କ ମିଳିତ ଉଦମ୍ୟରେ ଏଭଳି ଆମ୍ବ ଉତ୍ପାଦନ କରାଯାଇଛି । ଯାହା ଏକ ବର୍ଷରୁ ଅଧିକ ସମୟ ଧରି ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ସତେଜ ରହିପାରିବ । କେନ୍ଦ୍ର କୃଷିମନ୍ତ୍ରୀ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଆମ୍ବ ପ୍ରଦର୍ଶନୀକୁ ଉଦଘାଟନ କରି କହିଛନ୍ତି, ଚାଷୀ ଓ ବୈଜ୍ଞାନିକଙ୍କ ଉଦ୍ୟମରୁ ଆମ୍ବର ରପ୍ତାନି ବୃଦ୍ଧି ପାଇଛି । ସେପଟେ ବରଗଡ଼ରେ ଫାର୍ମରେ ଫଳୁଚି ଲକ୍ଷେ ଟଙ୍କିଆ ଆମ୍ବ। ଏହି ଆମ୍ୱରେ ଔଷଧୀୟ ଗୁଣପୂର ହୋଇ ରହିଛି । କେନ୍ଦ୍ର କୃଷିମନ୍ତ୍ରୀ ଏହି ଆମ୍ବ ବିଷୟରେ ଜାଣିବ ପରେ ଅଧିକରୁ ଅଧିକ କିପରି ଚାଷ କରାଯାଇ ପାରିବ ସେ ଦିଗରେ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି