ସଂଚାର ବ୍ୟୁରୋ: ରାଜଧାନୀରେ ମଦ୍ୟପ କାର ମାଲିକଙ୍କ ଉନ୍ମତ୍ତକାଣ୍ଡ। ହାତୀଆସୁଣୀ -ଉତ୍କଳ ହସ୍ପିଟାଲ ରାସ୍ତାରେ ଦୁର୍ଘଟଣା ଘଟାଇ ରାସ୍ତା ପାର୍ଶ୍ଵ ଲୁହା ବ୍ୟାରିକେଡ଼ ଭାଙ୍ଗି ପଶିଗଲା କାର। ତେବେ ଗାଡି ନଷ୍ଟ ହେବା ଓ ଆଗ ଚକା ଫାଟିଯିବା ସତ୍ତ୍ବେ କାର ନେଇ ଯିବାକୁ ଉଦ୍ୟମ କରିବା ବେଳେ ସାଧାରଣ ଲୋକେ ପୋଲିସ ଜିମା ଦେଇଥିଲେ। ଚନ୍ଦ୍ରଶେଖର ଥାନା ପୋଲିସ ଗାଡି ଜବତ ସହ ମଦ୍ୟପ କାର ମାଲିକଙ୍କୁ ଥାନାକୁ ନେଇଛି। ଏହି ଚିତ୍ର ମୋବାଇଲରେ ଉତ୍ତୋଳନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡାଇ ନେଇଥିଲା ମଦ୍ୟପ କାର ମାଲିକ। ଏହା ପରେ ସାମ୍ବାଦିକ ପରିଚୟ ପାଇବା ପରେ ସେ ମୋବାଇଲ ଦେଇ ଭୁଲ ମାଗିଥିଲେ।

