ସଂଚାର ବ୍ୟୁରୋ: ଲିଫ୍ଟରେ ଫସି ରୋଗୀ ମୃତ । ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ମୃତକ ଜଣଙ୍କ ହେଲେ ନରସିଂହପୁର ଗାଁର ମିନତୀ ପରିଡା। ଦେହ ଖରାପ ହେବାରୁ ଗାଁରୁ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ଆସିଥିଲେ । କଟକ ରେଫର କରାଯିବା ସହିତ ପ୍ରାଥମିକ ଚିକିତ୍ସା ପରେ ଫିମେଲ ୱାର୍ଡକୁ ନିଆଯାଉଥିଲା। ଲିପ୍ଟକୁ ପଶୁଥିବା ବେଳେ ହଠାତ ସେନସର କାମ ନ କରିବାରୁ ଲିଫ୍ଟଟି ଉପରକୁ ଉଠି ଯାଇଥିଲା
ଫଳରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।