ସଂଚାର ବ୍ୟୁରୋ: ବଲାଙ୍ଗୀର ବଡ ଧରଣର ଫେକ୍ ବେଟିଂ ଓ ଗେମିଂ ଠକେଇ ରାକେଟର ପର୍ଦ୍ଦାଫାସ୍ । ବଲାଙ୍ଗୀର ସଇଁତଳା ଥାନା ପାଇକସମରା ଗାଁର ୨୭ ବର୍ଷୀୟ ଲକ୍ଷେଶ୍ବର ମଲ୍ଲିକଙ୍କୁ ଗିରଫ କଲା ବଲାଙ୍ଗୀର ସାଇବର ପୋଲିସ । ୟୁଟୁବରୁ ଅନଲାଇନ ଗେମ ବିଷୟରେ ଜାଣି ନକଲି ଆପ ଖୋଲି ଠକେଇ କରି ଦୁଇ ବର୍ଷରେ ୧୦ ରୁ ୧୫ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । କରି ସୌଖୀନ ଜୀବନ ବିତାଉଛନ୍ତି I ଆପରେ ଥିଲା ୫୦ ଗେମ I ୨୦୨୩ ରୁ ଲୋକଙ୍କୁ ଠକି ଚାଲିଥିଲା ଲକ୍ଷେଶ୍ବର । ବଲାଙ୍ଗୀର ସାଇବର ପୋଲିସ ଚଢାଉ କରି ନଗଦ ୭ ଲକ୍ଷ ଟଙ୍କା ସିଜ କରିଛି I ବ୍ୟାଙ୍କରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ କରିବା ସହ ୪ ଲ୍ୟାପଟପ୍, ୩ଟି ଦାମୀ କାର, ବାଇକ, ସ୍କୁଟି ଜବତ କରିଛି ପୋଲିସ I ୧୪ ଟି ଦାମୀ ଦାମୀ କମ୍ପାନୀର ମୋବାଇଲ ମଧ୍ୟ ସିଜ୍ କରିଛି ପୋଲିସ I ଲକ୍ଷେଶ୍ବର ୟୁଟୁବରୁ ଶିଖିଥିଲା ଠକେଇର କୌଶଳ I ଡୋମେନ କିଣିବା ପୋଷ୍ଟିଂ କରିବା, ରେଫରାଲ କୋର୍ଡ ଆଦି ୟୁଟୁବରୁ ଶିଖିଥିଲା I ତେବେ ଅଧିକ ଟଙ୍କା ଆଶାରେ ଅନଲାଇନ ଗେମ ନଖେଳିବାକୁ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ଏସପି I