Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ବ୍ରହ୍ମପୁରରେ ମସଲା ଓ ଆଚାର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Sanchar Live by Sanchar Live
April 25, 2025
in ଓଡିଶା
0
0
SHARES
16
VIEWS
Facebook
Twitter

ସଂଚାର ବ୍ୟୁରୋ: ବ୍ରହ୍ମପୁର ବ୍ରଜରାଜନଗର ପ୍ରଥମ ଲାଇନରେ ରହିଥିବା ମସଲା ଓ ଆଚାର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ମସଲା ଓ ଆଚାର ପ୍ୟାକେଟ ତଥା ପ୍ରସ୍ତୁତ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଆଜି ଭୋର ୬ଟା ସମୟରେ ବ୍ରଜରାଜନଗର ନଗର ପ୍ରଥମ ଲାଇନରେ ରହିଥିବା ଅଜୟ ସାହୁଙ୍କ ମସଲା ଓ ଆଚାର ଫ୍ୟାକ୍ଟ୍ରିରୁ ଧୂଆଁ ବାହାରୁଥିବା ନେଇ କିଛି ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ଏନେଇ ଅଜୟ ଦାସଙ୍କୁ ଜଣାଇବା ପରେ ସେ ଅଗ୍ନିଶମ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଅଗ୍ନିଶମ ବିଭାଗର ୩ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫ୍ୟାକ୍ଟ୍ରିରେ ଅନେକ ପ୍ଲାଷ୍ଟିକ ସାମଗ୍ରୀ ରହିଥିବା ଯୋଗୁଁ ସେଥିରେ ନିଆଁ ଲାଗିବା ପରେ ଫ୍ୟାକ୍ଟ୍ରିଟି ସମ୍ପୂର୍ଣ୍ଣ ରୂପେ ଧୂଆଁମୟ ହୋଇଯାଇଥିଲା ।

ଯାହାଫଳରେ ଧୂଆଁକୁ ଫ୍ୟାକ୍ଟ୍ରିରୁ ବାହାର କରିବା ସହ ନିଆଁ ଲିଭାଇବା ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲା । ତଥାପି ମଧ୍ୟ ଅଗ୍ନିଶମ ବିଭାଗର ୩ଟି ଟିମରେ ଥିବା ପ୍ରାୟ ୧୦ରୁ ଅଧିକ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଗତକାଲି ବିଳମ୍ବିତ ରାତି ୪ଟା ପର୍ଯ୍ୟନ୍ତ ଫ୍ୟାକ୍ଟ୍ରିର ମାଲିକ ଫ୍ୟାକ୍ଟ୍ରିରେ ଥିବା ବେଳେ ହଠାତ ଭୋର ୬ଟା ପରେ ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରିରେ ଥିବା ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ମେସିନ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ହୋଇଯାଇଛି । ଫ୍ୟାକ୍ଟ୍ରିରେ ଅଗ୍ନି ନିର୍ବାପକ ବ୍ୟାବସ୍ଥା ରହିଥିବା ବେଳେ ବାରମ୍ବାର ଭଲଟେଜ ଅପଡାଉନ ହେବା ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା କହିଛନ୍ତି ଫ୍ୟାକ୍ଟ୍ରିର ମାଲିକ । ସେପଟେ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଜଣାପଡିଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ।

Related posts

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍

November 6, 2026
ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜ୍ୟ ରାଜପଥ କଡ଼ରୁ କାର୍ ସୋ’ରୁମ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

November 6, 2026
Tags: berhumpurfire

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.