ସଂଚାର ବ୍ୟୁରୋ: ପୁଣି ବ୍ରହ୍ମପୁରରେ ବୁଲିଲା ଖଣ୍ଡା। ବଡ଼ବଜାର ଥାନା ଅଞ୍ଚଳରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଭେଙ୍କଟେଶ୍ୱର ମନ୍ଦିର ନିକଟସ୍ଥ ଏକ ସାହିରେ ଜଣେ ନାବାଳକକୁ ଖଣ୍ଡାରେ ଆକ୍ରମଣ ହୋଇଛି। ଖଣ୍ଡା ଚୋଟରେ ସମ୍ପୃକ ନାବାଳକଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ଆହତ ନାବାଳକକୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଆକ୍ରମଣ ଘଟଣା ନେଇ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରି ସଂପୃକ୍ତ ଆକ୍ରମଣକାରୀକୁ କାବୁ କରିଥିବା ଜଣାପଡ଼ିଛି।ଆକ୍ରମଣକାରୀ ଜଣକ ଗୁଣ୍ଡୁ ବେହେରା ବୋଲି ସୂଚନା ମିଳିଛି।

