ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)୨୦୨୪-୨୫ ବର୍ଷ ପାଇଁ ପୁରୁଷ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି। ଏହି ତାଲିକାକୁ ଶ୍ରେୟସ ଆୟର ଏବଂ ଇଶାନ କିଶାନ ପୁଣି ଫେରିଥିବା ବେଳେ ଅନେକ ଯୁବ ଖେଳାଳିଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଛି। ବିସ୍ଫୋରକ ବ୍ୟାଟସମ୍ୟାନ୍ ଅଭିଷେକ ଶର୍ମାଙ୍କୁ ମଧ୍ୟ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମାରେ ସ୍ଥାନ ମିଳିଛି। ତଥାପି, ଗ୍ରେଡ୍-ଏ ପ୍ଲସ୍ ତାଲିକାରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ।
https://twitter.com/BCCI/status/1914195313658572826?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1914195313658572826%7Ctwgr%5Ef6cf7c79a7243f7b20ec5b201828635f3aee4dbb%7Ctwcon%5Es1_&ref_url=https%3A%2F%2Fonakhabar.com%2Fbcci-announces-annual-contracts-for-2024-25%2F
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଏବଂ ଇଶାନ କିଶାନଙ୍କୁ ଶେଷ ଥର ପାଇଁ ଦଣ୍ଡ ସ୍ୱରୂପ କେନ୍ଦ୍ରୀୟ ଚୁକ୍ତିନାମାରୁ ବାହାରର ରାସ୍ତା ଦେଖାଯାଇଥିଲା। ଦୁହେଁ ବିସିସିଆଇର ନିର୍ଦ୍ଦେଶକୁ ପ୍ରାଥମିକତା ଦେଇ ନଥିଲେ। ତଥାପି, ଏବେ ତାଲିକାରେ ଉଭୟଙ୍କ ନାମ ସାମିଲ କରାଯାଇଛି। ଶ୍ରେୟସ ଆୟରଙ୍କୁ ଗ୍ରେଡ୍-ବିରେ ରଖାଯାଇଛି ଯେତେବେଳେ ଇଶାନ କିଶାନଙ୍କୁ ଗ୍ରେଡ୍-ସିରେ ସାମିଲ କରାଯାଇଛି।
ଯୁବ ଖେଳାଳିଙ୍କ ଉଜ୍ଜ୍ୱଳ ଭାଗ୍ୟ
ଟିମ୍ ଇଣ୍ଡିଆରେ ସଦ୍ୟତମ ଡେବ୍ୟୁ କରିଥିବା ଅନେକ ଯୁବ ଖେଳାଳିଙ୍କ ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହୋଇଛି। ବରୁଣ ଚକ୍ରବର୍ତ୍ତୀ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ଆକାଶ ଦୀପ, ତିଲକ ବର୍ମା, ରଜତ ପାଟିଦାର, ମୁକେଶ କୁମାର, ଶିବମ ଦୁବେଙ୍କ ସମେତ ଅନେକ ଖେଳାଳିଙ୍କୁ ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ସାମିଲ କରାଯାଇଛି। ତାଲିକାରେ ଚାରୋଟି ଗ୍ରେଡର ମୋଟ ୩୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି।
କେଉଁ ଗ୍ରେଡ୍ ପାଇଁ କେତେ ଦରମା?
A+ ଗ୍ରେଡ୍ – ବାର୍ଷିକ ୭ କୋଟି ଟଙ୍କା
A ଗ୍ରେଡ୍ – ବାର୍ଷିକ ୫ କୋଟି ଟଙ୍କା
ବି ଗ୍ରେଡ୍ – ବାର୍ଷିକ ୩ କୋଟି ଟଙ୍କା
ସି ଗ୍ରେଡ୍ – ବାର୍ଷିକ ୧ କୋଟି ଟଙ୍କା