ସଂଚାର ବ୍ୟୁରୋ: ମୟୂରଭଞ୍ଜର ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବାସିପିଠା ହଷ୍ଟେଲରେ ବ୍ୟାପକ ଅବବ୍ୟସ୍ଥା ଅଭିଯୋଗ । ହଷ୍ଟେଲ ଅବ୍ୟବସ୍ଥା ବାବଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ୨୨ କିମି ବାଟ ଚାଲିଲେ ୧୧୬ ଜଣ ଛାତ୍ର । ରାତି ୧୨ଟାରୁ ଚାଲି ଚାଲି ବାରିପଦା ଆସିଲେ ଶତାଧିକ ଛାତ୍ର l ହଷ୍ଟେଲରେ ଛାତ୍ରଙ୍କୁ ଠିକରେ ଖାଇବା ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଡ୍ରିଲ କ୍ଲାସକୁ ନଯିବାରୁ ପିଟି ଶିକ୍ଷକ ଅଶଭ୍ୟ ଭାଷାରେ ଗାଳିଗୁଲଜ ସହ ଦଣ୍ଡ ଦେଉଛନ୍ତି । ଏଭଳି କି ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା ଅଭିଯୋଗ କରିଛନ୍ତି ଛାତ୍ରମାନେ । ତେଣୁ ଆଜି ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିଲେ ସମସ୍ତ ଛାତ୍ର । ଘଟଣାସ୍ଥଳରେ ବାରିପଦା ଉପଜିଲ୍ଲାପାଳ ଏହଂ ଅତିରିକ୍ତ ଜିଲ୍ଲାପାଳ ପହଁଚି ପିଲାଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ବୁଝାସୁଝା ପରେ ହଷ୍ଟେଲ ଫେରିଛନ୍ତି ଛାତ୍ରମାନେ ।