ସଂଚାର ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଶୁଭାରମ୍ଭ ହେଲା ଆଖଡା।ନଡିଆ ବାଡେଇ ବରଗଡ ADM ମହେନ୍ଦ୍ର ମହାପାତ୍ର ଧନୁଯାତ୍ରା ମହୋତ୍ସବ ଆଖଡ଼ାର ଶୁଭାରମ୍ଭ କଲେ। ଆଖଡା ଶୁଭାରମ୍ଭ କାର୍ଯ୍ୟକ୍ରମରେ ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ , କଂସ କଳାକାର ଭୁବନେଶ୍ୱର ପ୍ରଧାନ ସହ ଅନ୍ୟାନ୍ୟ କଳାକାର ଓ ଧନୁଯାତ୍ରା ମହୋତ୍ସବ ସମିତିର ନିର୍ଦ୍ଦେଶକ ତଥା କମିଟି ସଦସ୍ୟ ସାମିଲ ହୋଇଥିଲୋ। ଆସନ୍ତା ଜାନୁଆରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରା ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ଆଖଡା ଜାରି ରହିବ। ଏହି ଯାତ୍ରା ସ୍କ୍ରିପ୍ଟ ଲେସ୍ ଯାତ୍ରା ହୋଇଥିବା ବେଳେ କଳାକାରଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ତଥା ଚମତ୍କାର ଅଭିନୟ ପ୍ରଦର୍ଶନ ପାଇଁ ଆଖଡ଼ା ଜାରି ରଖାଯାଇଥାଏ ।