ସଂଚାର ବ୍ୟୁରୋ: କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁୟାରୀ ୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଟିକେଟ ମୂଲ୍ଯ ଅଧିକ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସଂପାଦକ ସଂଜୟ ବେହେରା । ବାରବାଟୀ ଟିକେଟ ମୂଲ୍ଯ ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି । ଛତିଶଗଡ, ଝାଡ଼ଖଣ୍ଡ, ୱେଷ୍ଟବଙ୍ଗାଲରେ ଗ୍ୟାଲେରୀ ମୂଲ୍ଯ ବାରବାଟୀ ଠାରୁ ଅଧିକ । ମ୍ୟାଚ ପୂର୍ବରୁ ଷ୍ଟାଡିୟମର ରକ୍ଷଣାବେକ୍ଷଣ, ସାଜସଜା ଓ ଅନ୍ଯ ଖର୍ଚ୍ଚ ବଢିଛି । ସବୁ କଥାକୁ ବିଚାର କରି ଟିକେଟ ଦାମ ସ୍ଥିର ହୋଇଛି । ଓସିଏ ର ସାଧାରଣ ପରିଷଦ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ସଞ୍ଜୟ ।
ଅନ୍ୟ ପକ୍ଷରେ ବାରବାଟୀ ଦିନିକିଆ ପାଇଁ ଦୁଇଟି ରେଡ୍ ସଏଲ ପିଚ ଓ ଦୁଇଟି ବ୍ଲାକ ସଏଲ ପିଚ ପ୍ରସ୍ତୁତ କରାଯାଉଛି । ବିସିସିଆଇ କ୍ଯୁରେଟର କେଉଁ ପିଚରେ ମ୍ୟାଚ ହେବ ସ୍ଥିର କରିବେ । ତେବେ ସବୁଥର ପରି ପିଚ, ପଡିଆ ଭଲ ହେବ । ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ବୋଲି ଓସିଏ ସଂପାଦକ କହିଛନ୍ତି ।