ସଂଚାର ବ୍ୟୁରୋ: ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀରେ ଜଳସ୍ତର କମିଛି। ବାଙ୍କୀ ମହାନଦୀ ତଳିଆ ଅଞ୍ଚଳରୁ କମିନି ବନ୍ୟା ଜଳ। ବାଙ୍କୀର ବିଭିନ୍ନ ଅଞ୍ଚଳରେ ରାସ୍ତା ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ହେକ୍ଟର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ରହିଛି। ମହାନଦୀରୁ ବନ୍ୟାଜଳ ସ୍ତର ହ୍ରାସ ପାଉଥିବା ବେଳେ କମିନି ଲୋକଙ୍କ ଦୁର୍ଦ୍ଦଶା। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମହାନଦୀର ବନ୍ୟା ପାଣି ଆସିବାରୁ ବାଙ୍କୀ ବିଲିପଡା, ତାଳବସ୍ତ, ଶିମିଳିପୁର ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଯାହା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷ ବୁଡାଇ ଦେଲାଣି ରଣ ନଦୀର ବନ୍ୟା ପାଣି ଚିନ୍ତାରେ ଚାଷୀ । ମହାନଦୀର ଜଳସ୍ତର କମୁଥିଲେ ବି କମିନି ବାଙ୍କୀ ବିଲିପଡା ଅଞ୍ଚଳରୁ ବନ୍ୟା ପାଣି।