ସଂଚାର ବ୍ୟୁରୋ: ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ୍ ଗାଁରେ ଅଭାବନୀୟ ଘଟଣା। ଘର ବାରଣ୍ଡାରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାପା ପୁଅକୁ ଏସିଡ୍ ମାଡ଼ ହୋଇଥିବା ଜଣାପଡିଛି। ଏସିଡ୍ ମାଡ଼ର କାରଣ ଅସ୍ପଷ୍ଟ ରହିଛି। ଏସିଡ୍ ମାଡ଼ କିଏ ଓ କାହିଁକି କଲା ତାହା ଜଣାପଡିନାହିଁ। ଉଭୟଙ୍କୁ ତୁମୁଡ଼ିବନ୍ଧ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।