ସଂଚାର ବ୍ୟୁରୋ: ପୋଖରୀରେ ବୁଡି ଭାଇ ଭଉଣୀ ମୃତ। ମୃତକ ହେଲେ କୋରଡକଣ୍ଟା ଗାଁର ୧୪ ବର୍ଷୀୟ ଶୁଭଶ୍ରୀ ଜେନା ଏବଂ ୮ ବର୍ଷୀୟ ରାଜନ ଜେନା । ଦଶହରା ଛୁଟି କାଟିବାକୁ ବାଲିଅନ୍ତା ଥାନା ସୁଭାଲୋ ଗାଁ ନିଜ ମାମୁଘରକୁ ଆସିଥିଲେ । ଭାଇ ଭଉଣୀ ପୋଖରୀରେ ଗାଧୋଉଥିବା ବେଳେ ରାଜନଙ୍କ ଗୋଡ ଖସିଯାଇଥିଲା ।ଭାଇକୁ ଉଦ୍ଧାର କରିବାକୁ ଯାଇ ଭଉଣୀ ପୋଖରୀକୁ ଡେଇଁପଡ଼ିଥିଲେ । ଫଳରେ ଉଭୟ ଭାଇ ଭଉଣୀ ପୋଖରୀରେ ବୁଡି ଯାଇଥିଲେ । ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟ ଭାଇ- ଭଉଣୀଙ୍କୁ ମୃତ ଘୋଷଣା କରିଛନ୍ତି ।