ସଂଚାର ବ୍ୟୁରୋ: ଔଷଧ କିଣି ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣରେଖା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ବାଲେଶ୍ବର ଭୋଗରାଇ ବ୍ଲକ ଜାମକୁଣ୍ଡା ନିକଟରେ ଘଟିଛି ଏହି ଅଘଟଣ । ଭାସିଯାଇଥିବା ଯବୁକ ଜଣକ କୁଲ୍ଲା ଗାଁର ମହେଶ୍ୱର ପିଳା l ଘରେ ବାପାଙ୍କ ଦେହ ଖରାପ ହେବାରୁ ଔଷଧ ଆଣିବା ପାଇଁ ଦୋକାନକୁ ଯାଇଥିଲେ । ଔଷଧ କିଣି ଘରକୁ ପେରିବା ବାଟରେ ସୁବର୍ଣ୍ଣ ରେଖାର ବନ୍ୟାର ପ୍ରଖର ସ୍ରୋତରେ ଆସି ଭାସିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଖୋଜା ଖୋଜି କରିଥିଲେ ବି ତାଙ୍କ ପତ୍ତା ମିଳିନି । ଘୋଟଣା ସ୍ଥଳରେ ବସ୍ତା ବିଧାୟିକା ସୁବାସିନୀ ଜେନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟାରେ ସରକାରଙ୍କ ପକ୍ଷରୁ ସ୍ପିଡ ବୋଡ ଯୋଗାଇ ନଦେବାରୁ ଏମିତି ଅଘଟଣ ଘଟିଛି ବୋଲି କହିଛନ୍ତି ସ୍ଥାନୀୟବାସୀ ।