ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ । ବିସିସିଆଇର ଜୁନିଅର ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆ ଅଣ୍ଡର-୧୯ ପାଇଁ ଟିମ୍ ଘୋଷଣା କରିଛି । ୧୬ ଜଣିଆ ଟିମରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ହୋଇଛନ୍ତି ।
ଇଣ୍ଡିଆ ଅଣ୍ଡର-୧୯ ପାଇଁ ୧୬ ଜଣିଆ ଟିମ୍ ର ଅଧିନାୟକ ଦାୟିତ୍ବ ଆୟୁଷ ମାତ୍ରେଙ୍କୁ ଦିଆଯାଇଛି । ଆୟୁଷ ଏବଂ ବୈଭବ ଦୁହେଁ ଆଇପିଏଲ ୨୦୨୫ରେ କମାଲ ପ୍ରଦର୍ଶନ କରିଛନ୍ତି । ଆଇପିଏଲରେ କମାଲ୍ କରିବା ପରେ ଏବେ ଅଣ୍ଡର-୧୯ କ୍ରିକେଟରେ ଭାରତ ତରଫରୁ ଇଂଲଣ୍ଡ ବିପକ୍ଷରେ ଖେଳିବେ ।
ଆଇପିଏଲ ୨୦୨୫ରୁ ରାଜସ୍ଥାନ ରୟାଲ୍ସ ବାଦ୍ ପଡିବା ପରେ ବୈଭବ ରାହୁଲ ଦ୍ରାବିଡଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ଯାହାର ଭିଡିଓ ଭାଇରଲ ହୋଇଥିଲା । ଏବେ ବୈଭବ ଅଣ୍ଡର-୧୯ ଟିମରେ ଯୋଡି ହୋଇ ଜିତିବା ପାଇଁ ପ୍ରସ୍ତୁତ କରୁଛନ୍ତି ।
ଅଣ୍ଡର-୧୯ ଟିମ୍ ସିରିଜ ୨୪ ଜୁନରୁ ଆରମ୍ଭ ହୋଇ ୨୩ ଜୁଲାଇ ଯାଏଁ ଚାଲିବ । ଏହି ସମୟରେ ଇଂଲଣ୍ଡ ଅଣ୍ଡର-୧୯ ଟିମ୍ରୁ ୫୦ ଓଭରର ଏକ ୱାର୍ମଅପ୍ ମ୍ୟାଚ୍ ଖେଳାଯିବ । ଏହାପରେ ଅଣ୍ଡର-୧୯ ଟିମ୍ ୫ଟି ଦିନିକିଆ ସିରିଜ ଏବଂ ୨ଟି ମଲ୍ଟି ଡେ ମ୍ୟାଚ୍ ଖେଳିବ ।
ଅଣ୍ଡର-୧୯ ଟିମ୍ :
ଆୟୁଷ ମାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମଲହୋତ୍ରା, ମୌଲ୍ୟରାଜସିଂ ଚଢା, ରାହୁଲ କୁମାର, ଅଭିଜ୍ଞତା କୁଣ୍ଡୁ(ଉପ ଅଧିନାୟକ-ୱିକେଟକିପର), ହରଭାନ୍ସ ସିଂ, ଆରଏସ ଅମ୍ବ୍ରିସ, କନିଷ୍କ ଚୌହ୍ବାନ, ଖିଲନ ପଟେଲ, ହେନିଲ ପଟେଲ, ୟୁଦ୍ଧାଜିତ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନ୍ନାନ, ଆଦିତ୍ୟ ରାଣା, ଅନମୋଲଜିତ ସିଂ ।
ଷ୍ଟାଣ୍ଡବାଏ ଖେଳାଳି: ନମନ ପୁଷ୍ପକ, ଡି ଦିପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳକ୍ରିତ ରାପୋଲ ।