ସାରା ଦେଶରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା ପାର୍ଟ -୨ । ନୂଆଦିଲ୍ଲୀରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୦ ବର୍ଷ ବୟସରୁ ଅଧିକ ସମସ୍ତ ନାଗରିକଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟ ସେବା। ଏହି ଅବସରରେ ମୋଦି ହିତାଧିକାରୀଙ୍କୁ ଆଯୁଷ୍ମାନ ବାୟ ବନ୍ଦନା କାର୍ଡ ବଣ୍ଟନ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ପାର୍ଟ -୨ ଯୋଜନାରେ ବୟସ୍କଙ୍କ ଆୟ ସୀମା ରାଶି ଧରାଯିବ ନାହିଁ । ଉଭୟ ପୁରୁଷ ଓ ମହିଳାଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମିଳିବ । ଫଳରେ ଦେଶର ୪ କୋଟି ୫୦ ଲକ୍ଷ ପରିବାରର ୬କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ସେହିପରି ଦେଶରେ ୧୨ ହଜାର ୮୫୦ କୋଟିର ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।