ସଂଚାର ବ୍ୟୁରୋ: ଗାଜା ଉପରେ ଇସ୍ରାଏଲର ପୁଣି ବଡ଼ ଆକ୍ରମଣ। ଗତ ରାତିରେ ହୋଇଥିବା ବୋମାବର୍ଷଣ ଓ କ୍ଷେପଣାସ୍ତ୍ର ମାଡ଼ରେ ୧୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏପରିକି ସେଫ୍ ଜୋନରେ ଥିବା ଲୋକଙ୍କ ମଧ୍ୟରୁ ୪୦ ଜଣଙ୍କ ମୃତ୍ୟୁ ହୋଇଛି।
ଏପରିକି ଦକ୍ଷିଣ ଗାଜାରେ ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦେଉଥିବା ଘର ଏବଂ ତମ୍ବୁ ଉପରେ ହୋଇଥିବା ବୋମା ବର୍ଷଣ କରିଛି ଇସ୍ରାଏଲ। ଶରଣାର୍ଥୀଙ୍କୁ ବି ଟାର୍ଗେଟ କରାଯାଉଛି। କାତାରରେ ହମାସ ସହିତ ଯୁଦ୍ଧବିରତି ଆଲୋଚନା ପୁନର୍ବାର ଆରମ୍ଭ ଆଗରୁ ଇସ୍ରାଏଲ ଏହି ଆକ୍ରମଣ କରିଛି। ବିଭିନ୍ନ ଆରବ ଦେଶ ଆହ୍ଵାନ ଦେଇଛନ୍ତି ଇସ୍ରାଏଲ ଆକ୍ରମଣ କରିବା ବନ୍ଦ କରୁ। ଫସି ରହିଥିବା ଲୋକଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବା ପାଇଁ ନିବେଦନ କରାଯାଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୩ ହଜାର ଟପିଛି। ଲକ୍ଷେ ୨୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ନିଖୋଜ ଲୋକଙ୍କୁ ମୃତ ବୋଲି ଗ୍ରହଣ କରାଗଲା, ମୃତକଙ୍କ ସଂଖ୍ୟା ପ୍ରାୟ ୬୨ ହଜାର ହେବ।