ସଂଚାର ବ୍ୟୁରୋ: ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଅଭିଯୋଗ। ଅଭିଯୋଗକାରୀ ଭାବେ ଆସିଥିବା ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜନଶୁଣାଣି ବେଳେ ଆକ୍ରମଣ ଅଭିଯୋଗ ହୋଇଛି। ଦିଲ୍ଲୀ ସିଭିଲ ଲାଇନ୍ସର ଘଟିଛି ଘଟଣା। ଏହାକୁ ନିନ୍ଦା କରିଛନ୍ତି ବିଭିନ୍ନ ଦଳର ନେତା। ଘଟଣାର ତଦନ୍ତ କରୁଛି ପୋଲିସ।…
ଆକ୍ରମଣକାରୀଙ୍କ ବୟସ ୩୫ରୁ ଅଧିକ ହୋଇଥିବା ସୂଚନା ମିଳିଛି। ସେ କିଛି କାଗଜପତ୍ର ଧରି ଆସିଥିଲେ ବୋଲି ସୂଚନା ମିଳିଛି। ପ୍ରଥମେ ସେ ମୁଖ୍ୟମନ୍ତ୍ରୀଙ୍କୁ କିଛି କାଗଜପତ୍ର ଦେଇଥିଲେ ପରେ ସେ ପାଟିତୁଣ୍ଡ କରିବା ସହ ଆକ୍ରମଣ କରିଥିଲେ। ତାଙ୍କୁ ସୁରକ୍ଷାକର୍ମୀ ତୁରନ୍ତ କବଜା କରି ସିଭିଲ ଲାଇନ୍ସ ପୋଲିସ ଷ୍ଟେସନକୁ ନେଇଥିଲେ। ସେ କେଉଁ ରାଜନୈତିକ ଦଳର କର୍ମୀ କି ସାଧାରଣ ଅଭିଯୋଗକାରୀ ତାହା ଜଣାପଡିନାହିଁ।