ସଂଚାର ବ୍ୟୁରୋ: ଆପ ନେତ୍ରୀ ଆତିଶୀ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ। ଆପ୍ ବିଧାୟକ ଦଳ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି ଆତିଶୀ। ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, ପର୍ଯ୍ୟଟନ, ପୂର୍ତ୍ତମନ୍ତ୍ରୀ ଅଛନ୍ତି ଆତିଶୀ। ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ଅରବିନ୍ଦ କେଜରିୱାଲ। ଗତ ସେପ୍ଟେମ୍ବର ୧୫ରେ ଇସ୍ତଫା କେଜରିୱାଲ ଇସ୍ତଫା ଘୋଷଣା କରିବା ପରେ ଆତିଶୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ଦିଲ୍ଲୀ ସରକାରଙ୍କ ୧୪ଟି ବିଭାଗର ଦାୟିତ୍ବ ତୁଲାଉଥିଲେ ଆତିଶୀ। ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀ ଜେଲରେ ଥିବାବେଳେ ଆତିଶୀ ତୁଲାଉଥିଲେ ଦାୟିତ୍ବ । ଶେଷରେ ଆତିଶୀଙ୍କ ଧୈର୍ଯ୍ଯ, ତ୍ୟାଗ ଓ ଦାୟିତ୍ବବୋଧକୁ ମିଳିଛି ପୁରସ୍କାର।