ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବିପିଏମ୍ କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ। ରାତ୍ର ୮ଘ ୩୦ମିନିଟ ସମୟରେ ହଠାତ ବିପିଏମ କାର୍ଯ୍ୟାଳୟରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ ଖବର ପାଇ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ବିପିଏମ କାର୍ଯ୍ୟାଳୟ ପରିସରରେ ଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିଯାଇଥିବା ଜଣାପଡିଛି। ଅଫିସର ଏସି ମଧ୍ୟ ଜଳିଯାଇଛି। ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କାର୍ଯ୍ୟାଳୟରେ ଅଗ୍ନିନିର୍ବାପକ ଯନ୍ତ୍ର ନଥିବାରୁ ଏଭଳି ଏକ ଅଗ୍ନିକାଣ୍ଡକୁ ରୋକାଯାଇପାରିନାହିଁ।