ସଂଚାର ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡା ଆକ୍ରମଣ। ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରଡା ଗାଁରେ ଅଭାବନୀୟ ଘଟଣା। ଗାଁରେ ଭିମ ବେହେରାଙ୍କ ପୁଅ ବାପି ବେହେରାଙ୍କ ସହ କିଛି ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ଲାଗି ରହିଥିଲା। ବଚସା ଏତେ ଉଗ୍ର ରୁପ ନେଲା ଯେ ବାପିଙ୍କୁ ଯୁବକମାନେ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିଥିଲେ। ଗୁରୁତର ଅବସ୍ଥାରେ ବାପିଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବାପିଙ୍କ ଗୋଡ,ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବାପିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ବାପିଙ୍କ ସ୍ତ୍ରୀ ଜରପଡା ଥାନାରେ ଅଭିଯୋଗ କରିଛନ୍ତି।