ବଲାଙ୍ଗୀର ଜିଲ୍ଲା ଲାଠୋରରେ ଜନ୍ମ ଗ୍ରହଣ କରିଥିବା ଇସ୍ପାତ ବ୍ୟବସାୟୀ ଦିନେଶ୍ ଅଗ୍ରୱାଲ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି I ଜାମ୍ମୁ କାଶ୍ମୀର ପହଳଗାଓଁକୁ ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା I ଦିନେଶକୁ ଆତଙ୍କବାଦୀ ମାନେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ I ବ୍ୟବସାୟ ପାଇଁ ଦୀନେଶ ଗତ 15ରୁ 20 ବର୍ଷ ହେବ
ଛତିଶଗଡ଼ ରାୟପୁରକୁ ପରିବାର ସହ ଚାଲିଯାଇଥିଲେI ରାୟପୁରରେ ଦିନେଶଙ୍କ ଷ୍ଟିଲ୍ ବ୍ୟବସାୟ ଥିବା ଜଣାପଡ଼ିଛିI ରାୟପୁରରେ ମୃତଦେହ ପହଁଞ୍ଚିବା ପରେ ଲାଠୋରରୁ ସମ୍ପର୍କୀୟ ରାୟପୁର ପହଞ୍ଚିଛନ୍ତି I ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି Iବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମାଟିର ପୁଅ ଦୀନେଶ ଅଗ୍ରୱାଲ। ଏହି ଘଟଣା ଲାଠୋରରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ସ୍ବର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲଙ୍କ ସାନ ପୁଅ ଦିନେଶ l ଲାଠୋର ସ୍ଥିତ ଦୁର୍ଗେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ପଢିବା ପରେ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେl ପ୍ରାୟ ୧୫ ବର୍ଷ ହେବ ଦିନେଶ ଛତିଶଗଡ ରାଜଧାନୀ ରାୟପୁର କୁ ପରିବାର ବର୍ଗ ସହ ଯାଇ ସେଠାରେ ଷ୍ଟିଲ ବ୍ୟବସାୟ କରୁଥିଲେ lବିବାହ ବାର୍ଷିକୀ ଉତ୍ସବ ପାଳନ ପାଇଁ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ସାଙ୍ଗରେ ନେଇ କାଶ୍ମୀର ଯାଇଥିଲେ l ଲାଠୋରରେ ଥିବା ସମ୍ପର୍କୀୟ ରାୟପୁର ପହଞ୍ଚିବା ପରେ ଶେଷକୃତ୍ୟ ହେବ….