Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ରାଜନୀତି

କୋଟିଆରେ ଏକ ହେଲେ ସବୁ ଦଳ, ପଛରେ ଘୁଞ୍ଚା ଦେଲା ଆନ୍ଧ୍ର

Sanchar Live by Sanchar Live
November 5, 2026
in ରାଜନୀତି
0
0
SHARES
12
VIEWS
Facebook
Twitter

କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ଆୟୋଜନକୁ ନେଇ ଉତ୍ତେଜନା ଲାଗି ରହିଛି । ଓଡ଼ିଶା ପୁଲିସର ବ୍ୟାରିକେଡ୍‌ ଭାଙ୍ଗି ଆନ୍ଧ୍ର ପ୍ରଶାସନ ଭିତରକୁ ପ୍ରବେଶ କରିବା ପରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏକଜୁଟ ହୋଇ ପ୍ରଶାସନକୁ ସମର୍ଥନ ଜଣାଇଛନ୍ତି । ଫଳରେ ଆନ୍ଧ୍ର ପ୍ରଶାସନ ପଛଘୁଞ୍ଚା ଦେଇଛି । ଓଡ଼ିଶାର ଫଗୁସିନେରୀ ଓ ଉପରସେମ୍ବୀ ଅଞ୍ଚଳରେ ଥିବା ଦୁଇଟି ନିର୍ବାଚନ ବୁଥ୍‌କୁ ଆନ୍ଧ୍ର ନିଜ ସୀମାନ୍ତବର୍ତ୍ତୀ ସାରକୀ ଓ ତନମ ଗ୍ରାମକୁ ସ୍ଥାନାନ୍ତର କରିଛି।

ବୁଧବାର ପୂର୍ବାହ୍ନରେ ଉପରସେମ୍ବୀ ଗ୍ରାମରେ ଆନ୍ଧ୍ରର ଅସ୍ଥାୟୀ ପୁଲିସ ପୋଷ୍ଟ ହଟାଇବାକୁ ଓଡ଼ିଶାର ସର୍ବଦଳୀୟ ନେତାମାନେ ଦାବି କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଆନ୍ଧ୍ର ଅଞ୍ଚଳରୁ ଆସିଥିବା କିଛି ଏଜେଣ୍ଟ ଓଡ଼ିଶାର ରାଜନୈତିକ ନେତା ଓ କର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ। ପ୍ରବଳ ବିରୋଧ ପରେ ଆନ୍ଧ୍ର ପୁଲିସ ପୋଷ୍ଟ ହଟାଇବାକୁ ବାଧ୍ୟ ହୋଇଥିଲା। ଉକ୍ତ ପୋଷ୍ଟକୁ ଓଡ଼ିଶା ପୁଲିସ ନିଜ ଅଧୀନକୁ ନେଇଛି ।

Related posts

ନଭେମ୍ବର ୧୮ରୁ ପୁଣି କମ୍ପିବ ବିଧାନସଭା

ନଭେମ୍ବର ୧୮ରୁ ପୁଣି କମ୍ପିବ ବିଧାନସଭା

October 29, 2026
ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ଵସ୍ତି

ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ଵସ୍ତି

October 28, 2026

କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ୧୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ସହ ଦୁଇଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଓ ୨୦ ଜଣ ଏସ୍‌ଆଇଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସୀମାନ୍ତ ଗ୍ରାମର ଅସ୍ଥାୟୀ ଫାଟକ ନିକଟରେ ମଧ୍ୟ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

କୋଟିଆ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବଣ୍ଟନ କରାଯାଇଥିବା ବହୁ ସଂଖ୍ୟକ ଆଧାର ଓ ରାସନ କାର୍ଡ ଫଗୁସିନେରୀ ଗ୍ରାମ ନିକଟ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଏଗୁଡ଼ିକୁ ଲୋକେ ନିଜ ଇଚ୍ଛାରେ ଫିଙ୍ଗି ଦେଇଛନ୍ତି ନା ଏହା ପଛରେ ଆନ୍ଧ୍ର ଏଜେଣ୍ଟଙ୍କ ଭୂମିକା ରହିଛି, ତାହା ସ୍ପଷ୍ଟ ହୋଇନାହିଁ।

ଏହି ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବ ମୁଦୁଲିଙ୍କ ସମେତ ବିଜେପି, ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ଉପସ୍ଥିତ ଅଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରର ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଆର୍‌. ମାଧବୀ ସୀମାନ୍ତ ନେରେଡିୱାଲାସାଠାରେ ପହଞ୍ଚି କୋଟିଆ ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ତଥା କୋରାପୁଟ ଉପଜିଲ୍ଲାପାଳ ରସିଦଙ୍କ ସହ ଆଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ପ୍ରଶାସନ ପୂର୍ବରୁ ଓଡ଼ିଶା ଭିତରେ ଥିବା ଦୁଇଟି ବୁଥ୍‌କୁ ସୀମାନ୍ତ ଗ୍ରାମକୁ ସ୍ଥାନାନ୍ତର କରି ନିର୍ବାଚନ କରାଇବାକୁ ଘୋଷଣା କରିଥିଲା। ତେବେ ଏହି ପ୍ରସଙ୍ଗରେ ଓଡ଼ିଶାର ପ୍ରଶାସନିକ ଓ ପୁଲିସ ସ୍ତରରେ ଦୃଢ଼ ବିରୋଧ ପରେ ଆନ୍ଧ୍ର ଅଧିକାରୀମାନେ ପଛକୁ ହଟିଥିବା କୁହାଯାଉଛି। କୋଟିଆରେ ଆସନ୍ତା ଦୁଇଦିନ ଧରି ପୁଲିସ ଓ ସର୍ବଦଳୀୟ ନେତାଙ୍କ ଉପସ୍ଥିତି ଜାରି ରହିବ ।

Tags: andhrapradeshkotiaodisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
  • ଦୀପାବଳି ପୂର୍ବରୁ ଦେଶର ବିଭିନ୍ନ ସହରରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.