ସଚାର ବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ବିଶ୍ବରେ ସ୍ବତନ୍ତ୍ର। ପ୍ରଥମ ପର୍ଯ୍ୟାୟରେ ପ୍ରାଇମେରୀଜରେ ଦଳର ସଦସ୍ଯମାନେ ସେମାନଙ୍କ ପ୍ରାର୍ଥୀ ଚୟନ କରନ୍ତି। ପରେ କକସେସରେ ଗୋଷ୍ଠୀଗତ ଆଲୋଚନା ହେବା ସହ ଭୋଟିଂ ହୋଇଥାଏ। ଆମେରିକାର ପ୍ରତି ପ୍ରଜାତନ୍ତ୍ରରେ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଥାଏ। ଜାତୀୟ କନଭେସନରେ ପ୍ରାର୍ଥୀଙ୍କୁ ସମର୍ଥନ ସକାଶେ ପ୍ରତିନିଧିଙ୍କୁ ବଛାଯାଏ। ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଇଲେକ୍ଟୋରାଲ କଲେଜରେ ପ୍ରତି ପ୍ରଜାତନ୍ତ୍ରର ପ୍ରତିନିଧି ଥାନ୍ତି। ସେମାନେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ଦଳର ନୀତିକୁ ପରିପ୍ରକାଶ କରିବା ଲାଗି ବହୁ ବିତର୍କ କରାଯାଇଥାଏ। ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ଯକୁ ସ୍ପଷ୍ଟ କରିଥାନ୍ତି ପ୍ରାର୍ଥୀ। ନିର୍ବାଚନରେ ୧୮ବର୍ଷରୁ ଅଧିକ ବୟସର ନାଗରିକ ଭୋଟ ଦେଇଥାନ୍ତି।